ଉତ୍କଳୀୟ ନୌବାଣିଜ୍ୟ ଏବଂ ଦକ୍ଷିଣ-ପୂର୍ବ ଏସୀୟ ଅଧ୍ୟୟନ ପ୍ରତିଷ୍ଠାନକୁ ସ୍ୱାଗତ

ପଞ୍ଜୀକରଣ

୧. ପ୍ରାଚୀନ ବନ୍ଦର ସ୍ଥଳି ଗୁଡିକର ପଞ୍ଜୀକରଣ :- ମାଣିକପାଟଣା, କୀର୍ତ୍ତନିଆ, ଚାନ୍ଦିପୁର, ଶାହା ବନ୍ଦର, ଓଲନ୍ଦାଜ ସାହି, ଚୂଡାମଣି, ଧାମରା, ନରେନ୍ଦ୍ରପୁର, ତାଳଚୂଆ, ଚିତ୍ରେଶ୍ୱରୀ, ବୋଇତ କୁଦା, ସାନ ପାଟଣା, କଣ୍ଟିଆଗଡ, ପୋତାଗଡ, ବାରୁଆ, ସୋନାପୁର  କଳିଙ୍ଗପଟ୍ଟନମ୍‌, ତାମ୍ରଲିପ୍ତି ।

୨. ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ପ୍ରାୟୋଜିତ ଜାତୀୟ ସ୍ମାରକୀ ତଥା ପ୍ରାଚୀନ କୀର୍ତ୍ତିରାଜି ମିଶନ ଅଧୀନରେ ଉଦ୍ଧୃତ ପ୍ରାଚୀନ ସାମାଗ୍ରୀ ଗୁଡିକ ପଞ୍ଜୀକୃତ କରାଯାଇଅଛି । ଏହି ପ୍ରକଳ୍ପ ଅଧିନରେ ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ  ଗବେଷଣା ପ୍ରତିଷ୍ଠାନ ଲାଙ୍ଗୁଡି ବୌଦ୍ଧ ସ୍ଥଳୀ, ରାଧାନଗର, ମାଣିକପାଟଣା, ଦେଉଳି, ତରାପୁର ଇତ୍ୟାଦିର ୬୦୦ ପ୍ରାଚୀନ ସାମଗ୍ରୀ/ବସ୍ତୁ ପଞ୍ଜୀକୃତ କରିଅଛି । 

୩. ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା  ପ୍ରାୟୋଜିତ, ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ମାଧ୍ୟମରେ ୨୦୧୧-୧୨ ବର୍ଷରେ  ଓଡିଶାର ଲୋକନାଟ୍ୟ, କଳା ଏବଂ ପାରମ୍ପାରିକ ରୋଷେଇ ପରମ୍ପରାର  ପଞ୍ଜୀକରଣ ହୋଇଅଛି । ଏହି ପ୍ରତିଷ୍ଠାନ ପ୍ରହଲ୍ଲାଦ ନାଟକ, ମୋଗଲ ତାମସା, ଘୋଡାନାଚ, ରାମଲିଳା, ଦଣ୍ଡନାଚ ଏବଂ ପୁରୀ ଅବଢା ସହ ପର୍ଯ୍ୟଟନ ସ୍ଥଳୀ ନିକଟରେ ମିଳୁଥିବା ପାରମ୍ପାରିକ ଖାଦ୍ୟ ଯଥା ଛେନାଝିଲି, ଦହିବରା, ବିରିବରା, ଛନାପୋଡର ଦୃଶ୍ୟ ଓ ଶ୍ରାବ୍ୟ (ଅଡିଓ-ଭିଜୁଆଲ) ମାଧ୍ୟମ ସାହାଯ୍ୟରେ ପଞୀକୃତ ହୋଇଅଛି ।

୪. ନୂତନ ବୌଦ୍ଧ ସ୍ଥଳୀର ପଞ୍ଜୀକରଣ  (ତ୍ରୟୋଦଶ ଅର୍ଥ ଆୟୋଗଙ୍କ ଅନୁଦାନ ଅଧିନରେ)

୧. ବଲାଙ୍ଗୀର - ୦୨

୨. କଟକ - ୨୮

୩. ଢେଙ୍କାନାଳ – ୦୫

୪. ଗଜପତି – ୦୧

୫. ଗଞ୍ଜାମ - ୦୫

୬. ଜଗତସିଂହପୁର- ୧୩

୭. କେନ୍ଦୁଝର- ୧୧

୮. ଖୋର୍ଦ୍ଧା - ୧୭

୯. ମୟୂରଭଞ୍ଜ – ୧୨

୧୦. ନୟାଗଡ - ୦୭

୧୧. ପୁରୀ - ୨୧

୧୨. ସୁବର୍ଣ୍ଣପୁର - ୦୩

ମୋଟ ସଂଖ୍ୟା : - ୧୨୫

Documentation Image Documentation Image