ଉତ୍କଳୀୟ ନୌବାଣିଜ୍ୟ ଏବଂ ଦକ୍ଷିଣ-ପୂର୍ବ ଏସୀୟ ଅଧ୍ୟୟନ ପ୍ରତିଷ୍ଠାନକୁ ସ୍ୱାଗତ

ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ

ସର୍ବେକ୍ଷଣ

ଛବି ବିବରଣୀ
ଅନୁସନ୍ଧାନ ଛବି ଅନୁସନ୍ଧାନ ଛବି ଅନୁସନ୍ଧାନ ଛବି ଅନୁସନ୍ଧାନ ଛବି ଅନୁସନ୍ଧାନ ଛବି

ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ  ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଓଡିଶାର ପ୍ରାଚୀନ ଇତିହାସ ଏବଂ ସଂସ୍କୃତିକୁ ପଞ୍ଜିକୃତ, ଲିପିବଦ୍ଧ ତଥା ଐତିହାସିକ ଗବେଷଣା ନିମନ୍ତେ  ଆବଶ୍ୟକୀୟ ପ୍ରତ୍ନତାତ୍ତ୍ୱିକ/ଐତିହାସିକ ଅବଶେଷ ସହିତ ନୂତନ ସ୍ଥାନ ଚିହ୍ନଟ କରିବା  ନିମନ୍ତେ  ସର୍ବେକ୍ଷଣ ଏବଂ  ଅନୁସନ୍ଧାନ  କରାଯଉଅଛି । କୌଣସି  ଅଞ୍ଚଳର  ଅନୁସନ୍ଧାନ  ପରେ,  ବିଭିନ୍ନ ବିଦ୍ୱାନ, ଗବେଷକକ ଏବଂ ସଂଗଠନ ଦ୍ୱାରା ଗବେଷଣା କରାଯାଉଅଛି । ଏହା ଏକ ନିରନ୍ତର ପ୍ରକ୍ରିୟା  ଯାହା ପାଇଁ ପ୍ରତିଷ୍ଠାନର  ବିଦ୍ୱାନ ମାନେ ଅକ୍ଳାନ୍ତ ପରିଶ୍ରମ କରୁଅଛନ୍ତି । ପ୍ରାଚୀନ ଐତିହାସିକ ଏବଂ ପ୍ରତ୍ନତା୍‌ତ୍ତ୍ୱିକ ସ୍ଥଳଗୁଡିକର  ପଞ୍ଜୀକୃତ ଏବଂ ଲିପିବଦ୍ଧ,  ଉପକୂଳ ଓଡିଶାର ପ୍ରାଚୀନ ଐତିହାସିକ ସାମୁଦ୍ରିକ ସ୍ଥଳଗୁଡିକର ବିସ୍ତୃତ ଭାବରେ ଅନୁସନ୍ଧାନ ଓ ପ୍ରତ୍ନତା୍‌ତ୍ତ୍ୱିକ ଖନନ ପାଇଁ ପରବର୍ତ୍ତୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ସହିତ ଅଞ୍ଚଳର ପ୍ରାଚୀନ ଐତିହାସିକ ସଂସ୍କୃତିର ଅଭିବୃଦ୍ଧି ଏବଂ ବିକାଶ ଜାଣିବାରେ ଏହି ସର୍ବେକ୍ଷଣ କାର୍ଯ୍ୟ ସାହାଯ୍ୟ କରୁଅଛି । ପ୍ରତିଷ୍ଠାନ ଦ୍ୱାରା ନିମ୍ନଲିଖିତ ନଦୀ ଉପତ୍ୟକା/ ସ୍ଥଳ ଗୁଡିକର ଅନ୍ୱେଷଣ, ସର୍ବେକ୍ଷଣ ଏବଂ ଐତିହାସିକ ଅବଶେଷର ଅନୁସନ୍ଧାନ କରାଯାଇଅଛି । 

୧. ମହାନଦୀ ତ୍ରିକୋଣ ଭୁମି ଅଞ୍ଚଳ କଟକ ଓ ଖୋର୍ଦ୍ଧ ଜିଲ୍ଲା

୨. ଚିଲିକା ହ୍ରଦ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାର ଆଖ ପାଖର ସର୍ବେକ୍ଷଣ ଏବଂ ପଞ୍ଜିକରଣ

୩. ବ୍ରାହ୍ମଣୀ-କେଲୁଅ ଉପତ୍ୟକା, ଯାଜପୁର ଜିଲ୍ଲା

୪. ଗୋଦାବରୀ ଏବଂ କୃଷ୍ଣା ତ୍ରିକୋଣଭୁମି ଅଞ୍ଚଳ, ଆନ୍ଧ୍ର ପ୍ରଦେଶ

୫. ରୂପନାରାୟାଣ/ଗଙ୍ଗା ଉପତ୍ୟକା, ପଶ୍ଚିମ ବଙ୍ଗ

୬. ସୁବର୍ଣ୍ଣରେଖା-ବୁଢାବଳଙ୍ଗ ଉପତ୍ୟାକାର ପ୍ରାରମ୍ଭିକ କାର୍ଯ୍ୟ, ବାଲେଶ୍ୱର ଜିଲ୍ଲା

୭. ଲୁଣା-ଚିତ୍ରୋତ୍ପଳା ଉପତ୍ୟକା, କଟକ ଓ କେନ୍ଦ୍ରାପଡା ଜିଲ୍ଲା

୮. ନରସିଂହପୁର ଓ ଏହାର ସନ୍ନିକଟ ଅଞ୍ଚଳ ।

୯. ମହାନଦୀ ଉପତ୍ୟକାର ତ୍ରିକୋଣ ଭୁମି ଅଞ୍ଚଳର ପାରମ୍ପରିକ ନୌକା ନିର୍ମାଣ ଶୈଳୀର ସର୍ବେକ୍ଷଣ ଏବଂ ପଞ୍ଜିକରଣ ।

୧୦. ଋଷିକୁଲ୍ୟା ନଦୀ ଏବଂ ବଂଶଧାରା ଉପତ୍ୟକା, ଗଞ୍ଜାମ ଜିଲ୍ଲା ଏବଂ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲ୍ଲମ୍ ଜିଲ୍ଲାର ପ୍ରାରମ୍ଭିକ କାର୍ଯ୍ୟ