| ଛବି | ବିବରଣୀ |
|---|---|
|
କୌଣସି ରାଜ୍ୟ କିମ୍ବା ଅଞ୍ଚଳର ଅତୀତ ଇତିହାସ ବିଷୟରେ ଅବଗତ ହେବା ପାଇଁ ପ୍ରତ୍ନତାତ୍ତ୍ୱିକ ଉତ୍ଖନନର ଭୂମିକା ଅପରିହାର୍ଯ୍ୟ । ଆମେ ଜାଣୁଅଛୁ ଯେ ଚଳିତ ଶତାବ୍ଦୀର ନବେ ଦଶକ ପର୍ଯ୍ୟନ୍ତ , ଓଡିଶାର ପ୍ରାଚୀନ ଜନବସତି ଓ ସହରୀକରଣ (ନଗର ଏବଂ ଗ୍ରାମାଞ୍ଚଳ) ବୃଦ୍ଧି ବିଷୟରେ ଅନ୍ଧାରରେ ଥିଲୁ, କିନ୍ତୁ ଶିଶୁପାଳଗଡ, ରାଧାନଗର, ଲଳିତଗିରି, ଉଦୟଗିରି, ଲାଙ୍ଗୁଡି, ଅସୁରଗଡରେ ବିଭିନ୍ନ ସଂଗଠନ ଦ୍ୱାରା କରାଯାଇଥିବା ଧାରାବାହିକ ପ୍ରତ୍ନତାତ୍ତ୍ୱିକ ଉତ୍ଖନନ ପରେ ଓଡିଶାର ଅତୀତ ଇତିହାସ ବିଶେଷକରି ସହରାଞ୍ଚଳର ବିକାଶ ବିଷୟରେ ଜାଣିବାକୁ ସକ୍ଷମ ହୋଇଅଛୁ । ଏକ ସୁଦୃଢ ସହରାଞ୍ଚଳ ସର୍ବ ପ୍ରଥମେ ବାଲେଶ୍ୱର ଜିଲ୍ଲାର ଦୁର୍ଗାଦେବୀ ଉତ୍ଖନନରୁ ଜଣାପାଡିଛି , ସେହିପରି ପ୍ରଥମ ସହର ଭିତ୍ତିକ ଅଞ୍ଚଳ ଥିବାର ଶିଶୁପାଳଗଡ, ରାଧାନଗର ଏବଂ ନର୍ଲା-ଅସୁରଗଡରୁ ମଧ୍ୟ ଜଣାପଡିଛି । ଭାରତରେ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା, କେତେକ ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ, ଯେପରିକି ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ, ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଭଳି ବହୁତ କମ୍ ସଂଗଠନ ରାଜ୍ୟ ଓ ଆଞ୍ଚଳିକ ଭୌତିକ ସଂସ୍କୃତି ଜାଣିବା ନିମନ୍ତେ ପ୍ରତ୍ନତାତ୍ତ୍ୱିକ ଉତ୍ଖନନ କରୁଅଛନ୍ତି, ଯାହା ରାଜ୍ୟର ସାଂସ୍କୃତିକ ଇତିହାସ ସୃଷ୍ଟି କାରିବା ପାଇଁ ପ୍ରମାଣ ପ୍ରଦାନ କରିଅଛି । ଏହି ପ୍ରତିଷ୍ଠାନ ଆରମ୍ଭ ହେବାଠାରୁ ଅଦ୍ୟାବଧି ୧୨ଟି ସ୍ଥାନର ଖନନ ଦୃଷ୍ଟାନ୍ତ ମୂଳକ ଭାବରେ ନେଇଅଛି । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ବାର୍ଷିକ ବିବରଣୀରେ ସମ୍ଫୃକ୍ତ ବର୍ଷ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଗବେଷଣା ଉପାଦାନ/ ସାମଗ୍ରୀ ପ୍ରକାଶିତ କରିଅଛି । ବିଭିନ୍ନ ଗବେଷଣା ଭିତ୍ତିକ ପତ୍ରିକାରେ ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶିତ ହେଉଅଛି । ଖନନ ହୋଇଥିବା ସ୍ଥାନଗୁଡିକର ତାଲିକା ନିମ୍ନରେ ପ୍ରଦାନ କରାଗଲା : ୧. ମାଣିକପାଟଣା, ପଣସପଦା, ପୁରୀ -୧୯୮୭-୯୩୨. ଓଲନ୍ଦାଜ୍ ସାହି, ବାଲେଶ୍ୱର -୧୯୯୦-୯୧୩. ଲାଙ୍ଗୁଡି, ଧର୍ମଶାଳା, ଯାଜପୁର - ୧୯୯୬-୨୦୦୨
୪. କାୟାମା, ଧର୍ମଶାଳା, ଯାଜପୁର - ୨୦୦୪-୦୫
୫. ଦେଉଳି, ଧର୍ମଶାଳା, ଯାଜପୁର - ୨୦୦୪-୦୫୬. ତରାପୁର, ଧର୍ମଶାଳା, ଯାଜପୁର - ୨୦୦୪-୦୫
୭. ବଜ୍ରଗିରି, ଧର୍ମଶାଳା, ଯାଜପୁର - ୨୦୦୪-୦୫୮. ବରାହ-ନୃସିଂହ ମନ୍ଦିର, ଅଡଶପୁର, କଟକ - ୨୦୦୮୯. ରାଧାନଗର-କଙ୍କିଆ, ଧର୍ମଶାଳା, ଯାଜପୁର - ୨୦୧୦-୧୩
୧୦. ଅରାଗଡ, ଡେଲାଙ୍ଗ, ପୁରୀ - ୨୦୧୫-୧୬
୧୧. ଦୁର୍ଗାଦେବୀ, ରେମୁଣା, ବାଲେଶ୍ୱର - ୨୦୨୦-୨୧୧୨. ପାଲୁର, ହୁମ୍ମା, ଗଞ୍ଜାମ - ୨୦୨୨-୨୪ |