ଉତ୍କଳୀୟ ନୌବାଣିଜ୍ୟ ଏବଂ ଦକ୍ଷିଣ-ପୂର୍ବ ଏସୀୟ ଅଧ୍ୟୟନ ପ୍ରତିଷ୍ଠାନକୁ ସ୍ୱାଗତ

କର୍ମଶାଳା / ତାଲିମ ଶିବିର

ରାଜ୍ୟସ୍ତରୀୟ ବୌଦ୍ଧ ମାର୍ଗଦର୍ଶିକା ତାଲିମ ଶିବିର

ସାଧାରଣ ପର୍ଯ୍ୟଟକ ଏବଂ ପରିଦର୍ଶକଙ୍କ ପାଇଁ ଓଡିଶାର ବୌଦ୍ଧ ଐତିହ୍ୟକୁ ସଠିକ୍ ଭାବରେ ହୃଦୟଙ୍ଗମ ଓ ଆଦୃତ କରାଇବା ଉଦେଶ୍ୟରେ ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଓଡିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡିଶାର ବୌଦ୍ଧ ଐତିହ୍ୟ ଉପରେ ୨୦ ଜଣ ପଞ୍ଜୀକୃତ ରାଜ୍ୟସ୍ତରୀୟ ପ୍ରଦର୍ଶକ (ଏଙ୍କସୟର)ଙ୍କୁ  ତାଲିମ ଦିଅଯାଇଅଛିା । ଏହି ସ୍ୱତନ୍ତ୍ର ବୌଦ୍ଧ  ପ୍ରଦର୍ଶକ ତାଲିମ ଶିବିର ଅଗଷ୍ଟ  ମାସ ୨୦୧୮ରେ ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ (ଙଓଗଝଋଇଝ)ରେ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ଏବଂ ପର୍ଯ୍ୟଟନ ଅଧ୍ୟୟନର ବିଶେଷଜ୍ଞଙ୍କ ଦ୍ୱାରା ତାଲିମ ଦିଆଯାଇଥିଲା । ତାଲିମ କାର୍ଯ୍ୟକ୍ରମରେ ତିନି ଦିନିଆ କ୍ଷେତ୍ର ପରିଦର୍ଶନ/କ୍ଷେତ୍ର ତାଲିମ ଅୟୋଜନ କରାଯାଇଥିଲା ।  ସଂସ୍ଥା  ଦ୍ୱାରା ପ୍ରଶିକ୍ଷାର୍ଥୀ ମାନଙ୍କୁ ଓଡିଶାର ପ୍ରସିଦ୍ଧ ବୌଦ୍ଧ ଐତିହ୍ୟ ସ୍ଥଳ ଲଳିତଗିରି, ରତ୍ନଗିରି, ଉଦୟଗିରି ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ, ଲାଙ୍ଗୁଡି, କାଏମା, ତରାପୁର, ତରାପୁର ଶାଖା ସଂଗ୍ରହାଳୟ, ଅରାଗଡ ଏବଂ ଧଉଳି ଆଦି ପରିଦର୍ଶନ କରାଯାଇଥିଲା ।

ଆନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ, ଓଡ଼ିଶା

ପ୍ରତ୍ନତତ୍ତ୍ୱ ଉପରେ ଜାତୀୟ ସମ୍ମିଳନୀ

ପ୍ରଫେସର ଡି. କେ. ଚକ୍ରବର୍ତ୍ତୀଙ୍କ ବକ୍ତୃତା